Monday, January 18, 2021

ସାବିତ୍ରୀ ଗୋଟିଏ ସାଧାରଣ କାବ୍ୟ ନୁହେଁ

‘ସାବିତ୍ରୀ’କୁ ଥରେ କି ଦି’ଥର ନୁହେଁ, ଅଠର ଥର ପୁନର୍ଲିଖନ କରିଥିଲେ ମହାଯୋଗୀ ଶ୍ରୀଅରବିନ୍ଦ

୧୯୫୦ ମସିହା ଡିସେମ୍ବର ୫ ତାରିଖ, ଶ୍ରୀଅରବିନ୍ଦଙ୍କର ପୁଣ୍ୟ ପ୍ରୟାଣ ଦିବସ। ଆମ ଦେଶର ଏହି ମହାନ ଦାର୍ଶନିକ, ଯୋଗୀ, ଗୁରୁ, କବି, ଜାତୀୟତାବାଦୀ ବିପ୍ଳବୀଙ୍କର ଆବିର୍ଭାବ ଘଟିଥିଲା ୧୫ ଅଗଷ୍ଟ, ୧୮୭୨ରେ। ମହାକାବ୍ୟ ‘ସାବିତ୍ରୀ’ ତାଙ୍କର ଶ୍ରେଷ୍ଠ କୃତି ଭାବରେ ସ୍ୱୀକୃତ। ...
ଶ୍ରୀଅରବିନ୍ଦ ଖୁବ୍ ସହଜ ଭାବରେ ତାଙ୍କୁ ବୁଝାଇ ଦେଇ କହିଥିଲେ-
“କଥାଟି ଖୁବ୍ ସହଜ ଓ ସରଳ। ମୁଁ ‘ସାବିତ୍ରୀ’କୁ ଉଚ୍ଚରୁ ଉଚ୍ଚତର ସୋପାନକୁ ଆରୋହଣର ଏକ ମାର୍ଗ ଭାବେ ହିଁ ଉପଯୋଗ କରିଛି। ଏହାର ରଚନା ଆରମ୍ଭ କରିବା ସମୟରେ ମୁଁ ଏକ ନିର୍ଦ୍ଦିଷ୍ଟ ମାନସିକ ସ୍ତରରେ ଥିଲି। କିନ୍ତୁ ପରେ ଯେତେବେଳେ ତାହାର କୌଣସି କୌଣସି ଅଂଶ ଆହୁରି ଉନ୍ନତ ହେବା ଆବଶ୍ୟକ ବୋଲି ଅନୁଭବ କଲି, ସେତେବେଳେ ତାହାର ପୁନର୍ଲିଖନ କଲି। କାରଣ, ଗୋଟିଏ ଭଲ କବିତାର କୌଣସି ଅଂଶ କଦାପି ସେପରି ନିମ୍ନ ସ୍ତରରେ ରହିବା ଉଚିତ ନୁହେଁ ବୋଲି ମୁଁ ଅନୁଭବ କରିଛି। ତେଣୁ ତା’ର ସେହି ସ୍ତରରେ ମୁଁ ସନ୍ତୁଷ୍ଟ ହୋଇପାରି ନାହିଁ। ମୋର ମନେ ହୋଇଛି, ସମଗ୍ର କାବ୍ୟଟିର ସମସ୍ତ ଅଂଶ ଗୋଟିଏ ଉନ୍ନତ ସ୍ତରରେ ରହିବା ଆବଶ୍ୟକ। କାରଣ, ମୋ ପାଇଁ ‘ସାବିତ୍ରୀ’ ଗୋଟିଏ ସାଧାରଣ କାବ୍ୟ ନୁହେଁ ଯେ ତାହାର ଲେଖା ଆରମ୍ଭ ହେବ ଆଉ ଶେଷ ବି ହୋଇଯିବ। ଏହା ମୋ ପାଇଁ ପରୀକ୍ଷଣର ଏକ ଧାରା- ଯାହା ଦର୍ଶାଏ, ଯେ କବିତା ଜଣଙ୍କର ଯୋଗ-ଚେତନା ମଧ୍ୟରୁ ହିଁ ସୃଷ୍ଟି ହୁଏ ଏବଂ ତାହା ସମଭାବରେ ସୃଜନଶୀଳ ମଧ୍ୟ ହୋଇଥାଏ।”